ଗୋ ଚାଲାଣ ବେଳେ କଣ୍ଟେନର ଜବତ, ୨ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗାର ବୈତରଣୀ ପୋଲ ନିକଟରୁ ବେଆଇନ ଗୋ ଚାଲାଣ ବେଳେ ତୁରୁମୁଙ୍ଗା ପୁଲିସ କଣ୍ଟେନର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଜାଙ୍ଗିଡ଼ ଗ୍ରାମର ଗଣେଶ କୁମାର ଓ କୋଲକାତା ହାୱାଡା ଥାନା ଉଲବେରିଆ ଗ୍ରାମର ଆଶିଷ ଶେଖ। ଜବତ ହୋଇଥିବା କଣ୍ଟେନରରୁ ୨୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରି କରଞ୍ଜିଆ ଗୋଶାଳାରେ ଛାଡ଼ି ଦିଆଯାଇଛି। ଏହି ଗୋରୁ ଗୁଡ଼ିକୁ ବରଗଡ଼ରୁୁ ଲୋଡ଼ କରି କୋଲକାତାକୁ ଚାଲାଣ କରାଯାଉଥିଲା।