ନୂଆଦିଲ୍ଲୀ: ଭାରତରେ ଖେଳ କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାରକୁ ଏବେ ‘ମେଜର ଧ୍ୟାନଚନ୍ଦ ଖେଳରତ୍ନ’ ନାମରେ ନାମିତ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ମୋଦୀ କହିଛନ୍ତି ଯେ, ଏହି ଆୱାର୍ଡକୁ ମେଜର ଧ୍ୟାନଚନ୍ଦ ନାମରେ ନାମିତ କରିବାକୁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା। ସେଥିପାଇଁ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହାର ନାମ ପରିବର୍ତ୍ତନ କରାଯାଇଛି।