ରାୟଗଡ଼ା ସହରରେ ବଢ଼ୁଛି ଲୁଟପାଟ: ପୁଲିସକୁ ଚାଲେଞ୍ଜ କରୁଛି ଲୁଟେରା ଗ୍ୟାଙ୍ଗ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ସହରରେ ଲୁଟେରା ଗ୍ୟାଙ୍ଗର ପୁଲିସକୁ ଖୋଲା ଚାଲେଞ୍ଜ। ସହରରେ କ୍ରମାଗତ ଭାବେ ଚୋରି ଘଟଣା ବୃଦ୍ଧି ପାଉଥିବାବେଳେ ସହରବାସୀଙ୍କ ନିଦ ହଜିଯାଇଛି। ଏହି ଭଳି ଆଜି ପୁଣି ବିଶ୍ୱା ବସୁ ରାଜଗୁରୁଙ୍କ ଘରେ କିଛି ଦୁର୍ବୁତ୍ତ କଳାକାନ ବୁଲାଇ ଦେଇଛନ୍ତି। ସ୍ଥାନୀୟ ହାତୀପଥର ରୋଡ଼ ନିକଟରେ ଥିବା ଶ୍ରୀ ରାଜଗୁରୁଙ୍କ ଘରର ତାଲା ଭାଙ୍ଗି ଏକ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

କୌଣସି ଜରୁରୀ କାମରେ ପରିବାର ଲୋକେ ଗତ ରବିବାର ଦିନ ବ୍ରହ୍ମପୁର ସହରକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗନେଇ ଘରେ କଳା କନା ବୁଲାଇଛନ୍ତି ଲୁଟେରା ଦଳ। ଏନେଇ ଟାଉନ ଥାନାରେ ଏତଲା ଦାୟର ପରେ ଥାନା ଅଧିକାରୀ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହଯ୍ୟରେ ତନାଘନା ଚଳାଇଛନ୍ତି। ସପ୍ତାହକ ମଧ୍ୟରେ ସହରରେ ଏଭଳି ୪ଟି ଛୋଟ ବଡ ଚୋରି ହୋଇଥିବା ଜଣାପଡିଛି।