ନାବାଳକର ଛୁରା ମାଡ଼ରେ ଜଣେ ଗୁରୁତର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ନାବାଳକ ପୁଅ ଓ ତାଙ୍କ ସହଯୋଗୀର ଛୁରା ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ଚୂନାଭଟାର ପିଙ୍କୁ ଗନ୍ଦା(୨୧) ବୋଲି ଜଣାପଡ଼ିଛି। ଏନେଇ ପିଙ୍କୁଙ୍କ ବାପା ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଚୂନାଭଟାର ରାହୁଲ ବାରିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ରାହୁଲଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ସହ ଏଥିରେ ସମ୍ପୃକ୍ତ ନାବାଳକଙ୍କୁ ଜୁଭେନାଇଲ କୋର୍ଟକୁ ପଠାଯାଇଛି। ଅଭିଯୁକ୍ତଙ୍କଠାରୁ ପୁଲିସ ଏକ ସ୍କୁଟି ଓ ଛୁରି ଆଦି ଜବତ କରିଛି।

ପ୍ରକଶଯୋଗ୍ୟ, ପିଙ୍କୁଙ୍କ ପରିବାର ଓ ଅଭିଯୁକ୍ତ ରାହୁଲଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଏନେଇ ଗତ ମଙ୍ଗଳବାର ରାତିରେ ରାହୁଲ ତାଙ୍କ ସହଯୋଗୀ ପିଙ୍କୁଙ୍କୁ ଘରୁ ଡାକି ନେଇ ଏକ ଛୁରିରେ ଆକ୍ରମଣ କରିଥିବା ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।