- ନୂଆଦିଲ୍ଲୀ: ଦେଶର ନୂଆ କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ୍ (ସିଜିଏ) ଭାବେ ରବିବାର ଦୀପକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସିଜିଏ ପଦବୀରେ ଦାୟିତ୍ୱ ଗ୍ରହଣ କରିଥିବା ଦୀପକ ଦାସ ହେଉଛନ୍ତି ୨୫ତମ ଅଧିକାରୀ। ଏଥିସହ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ପ୍ରଥମ ଓଡ଼ିଆ ଅଫିସର ଯିଏକି ଏହି ପଦରେ ବସିଛନ୍ତି। ଦୀପକ ଦାସ ୧୯୮୬ ବ୍ୟାଚ୍ ଇଣ୍ଡିଆନ୍ ସିଭିଲ୍ ଆକାଉଣ୍ଟସ୍ ସର୍ଭିସ୍ (ଆଇସିଏସ୍) ଅଧିକାରୀ। ଆଜି ସେ ଅର୍ଥ ମନ୍ତ୍ରଣାଳୟର କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (ସିଜିଏ), ବ୍ୟୟ ବିଭାଗରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୀପକ ଦାସ ଦୀର୍ଘ ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ଜଙ୍ଗଲ, ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଏବଂ ଭାରୀ ଶିଳ୍ପ, ବାଣିଜ୍ୟ ଏବଂ ବୟନଶିଳ୍ପ, କୃଷି ଏବଂ କୃଷକ କଲ୍ୟାଣ, ସଡକ ପରିବହନ ଭଳି ବିଭିନ୍ନସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ସେ ଇଣ୍ଡିଆନ୍ ସିଭିଲ୍ ଆକାଉଣ୍ଟସ୍ ସର୍ଭିସର ଟ୍ରେନିଂ ଏକାଡେମୀର ସରକାରୀ ଆକାଉଣ୍ଟସ୍ ଆଣ୍ଡ ଫାଇନାନ୍ସର ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି। ଶ୍ରୀ ଦାସ କେନ୍ଦ୍ରୀୟ ଡେପୁଟେସନରେ ବହୁ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ରଖିଛନ୍ତି। ଯେଉଁଠାରେ ସେ ଡେପୁଟି ସେକ୍ରେଟାରୀ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଭାରତର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ, ବନ୍ଦର, ପରିବହନ ଏବଂ ସଦସ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକଭାବେ କାମ କରିଛନ୍ତି। ଦୀପକ ଦାସ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ୍ କଲେଜରୁ ପାଠ ପଢ଼ିଥିଲେ। ସେ କେନ୍ଦ୍ରୀୟ ଟିକସ ବୋର୍ଡରେ ଆକାଉଣ୍ଟ୍ସର ମୁଖ୍ୟ ନିୟନ୍ତ୍ରକଭାବେ କାମ କରିଛନ୍ତି।