୨ଟି ବାଇକରୁ ୪୦୦ଲିଟର ଦେଶୀମଦ ଜବତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାରେ ସାହାସପୁର ନିକଟରୁ ଖନ୍ତାପଡ଼ା ପୁଲିସ ଦୁଇଟି ବାଇକରୁ ୪୦ ଲିଟର ଦେଶୀମଦ ଜବତ କରିଛି। ସୂଚନା ଅନୁସାରେ ୩ଜଣ ଯୁବକ ରବିବାର ସକାଳେ ୨ଟି ବାଇକରେ ବାଲେଶ୍ୱରରୁ ଧାମରାକୁଦେଶୀମଦ ନେଇଯାଉଥିଲେ। ସେହି ସମୟରେ ସେମାନଙ୍କର ଗାଡ଼ିଟି ସାହାସପୁର ନିକଟରେ ଏକ ବଳଦ ସହିତ ଧକ୍କା ହୋଇଥିଲା। ଫଳରେ ଉଭୟ ତଳେ ପଡ଼ିଯାଇଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଏକତ୍ର ହେବାରେ ତାଙ୍କ ପାଖରେ ଦେଶୀମଦ ଥିବା ଜାଣିବାକୁ ପାଇଥିଲେ। ଏହି ପରିପ୍ରେକ୍ଷୀରେ ଜଣେ ସେଠାରୁ ଖସିଯିବାରେ ସଫଳ ହୋଇଥିବାବେଳେ ଅନ୍ୟ ୨ଜଣଙ୍କୁ ସ୍ଥାନୀୟ ଲୋକମାନେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟକୁ ଗିରଫ କରିବା ସହ ତାଙ୍କଠାରେ ଥିବା ୪୦୦ଲିଟରରୁ ଊର୍ଦ୍ଧ୍ୱ ଦେଶୀମଦକୁଜବତ କରିଛି। ଏ ସମ୍ପର୍କରେ ପୁଲିସ ପଚରାଉଚୁରା କରୁଥିବା ଜଣାଯାଇଛି।