ଟୋକିଓ ଅଲିମ୍ପିକ୍ସ: ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲେ ମେରୀ କମ

ଟୋକିଓ,ଏଜେନ୍ସି: ଲଣ୍ଡନ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ତଥା ୬ ଥର ବିଶ୍ୱ ଚମ୍ପିଆନ ମେରୀ କମ ଧମାକାଦାର ଅନ୍ଦାଜରେ ନିଜର ଟୋକିଓ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି।

ମେରୀ କମ ନିଜର ମୁକାବିଲାରେ ଡୋମିନିକ ରିପବ୍ଲିକ ଖେଳାଳିଙ୍କୁ ୩ଟି ରାଉଣ୍ଡ ଧରି ଖେଳାଯାଇଥିବା ମୁକାବିଲାରେ ୩-୦ରେ ହରାଇଛନ୍ତି। ଏଥିସହ ରାଉଣ୍ଡ ୧୬ରେ ପ୍ରବେଶ କରିଛନ୍ତି।