ମାରୱାଡି ଯୁବ ମଞ୍ଚ ପକ୍ଷରୁ ଅମୃତ ଧାରା ଲୋକାର୍ପିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଆଜି ସ୍ଥାନୀୟ ଗୋପାଳ ଜୀଉ ମନ୍ଦିର ପରିସରରେ ଜନସାଧାରଣଙ୍କ ଉପଯୋଗ ପାଇଁ “ଅମୃତ ଧାରା’ ବିଶୁଦ୍ଧ ଥଣ୍ଡା ପାଣି ବ୍ୟବସ୍ଥାକୁ ଶୁଭାରମ୍ଭ କରାଯାଇଛି। ଆଜି ପୂର୍ବାହ୍ନରେ ଏହି ଉପଲକ୍ଷେ ଯୁବ ମଞ୍ଚ ସଭାପତି ମନୀଷ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଥଣ୍ଡା ପାନୀୟ ଜଳ ମେସିନର ଶୁଭାରମ୍ଭ କରିଥିଲେ। ମଞ୍ଚର ସମ୍ପାଦକ ଚନ୍ଦନ ମିତ୍ତଲ ଓ କୋଷାଧ୍ୟକ୍ଷ ପ୍ରକାଶ ଅଗ୍ରୱାଲଙ୍କ ସମେତ ସଦସ୍ୟ ଜିତେନ୍ଦ୍ର ଅଗ୍ରୱାଲ, ବିବେକ ଗୋଏଲ, ବିକାଶ ଅଗ୍ରୱାଲ, ବିକାଶ ମିତ୍ତଲ, ଅମନ ଗୋଏଲ ଓ ପୁଷ୍ପା ଦେବୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।