ନୂଆପଡା,ଏନ୍ଏନ୍ଏସ୍: ନୂଆପଡା ସଦର ବ୍ଲକ ସ୍ଥିତ ୨୧୬ ବାଟାଲିୟନ ସୈନିକଙ୍କ ମୁଖ୍ୟାଳୟର କ୍ୟାମ୍ପସ ଭିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଦୂଷଣକୁ ରୋକିବା ପାଇଁ ହେଲେ ଗଛ ବଞ୍ଚିବା ଅତ୍ୟନ୍ତ ଜରୁରୀ ବୋଲି ବାଟାଲିୟନ ସୈନିକମାନେ କହିଛନ୍ତି। ଚଳିତ ବର୍ଷ କ୍ୟାମ୍ପସ ଭିତରେ ୫ ଶହରୁ ଅଧିକ ବିଭିନ୍ନ ପ୍ରକାରର ଉପଚାରିକ ଗଛ ଚାରା ଲଗାଇବା ପାଇଁ ନିଷ୍ପତି ନିଆଯାଇଛି ବୋଲି ପଦାଧିକାରୀମାନେ କହିଛନ୍ତି। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶ୍ରୀମତୀ ଉସା ସିଂ, ନରେନ୍ଦ୍ର ସିଂହ, ବି ବିକ୍ରମ, ଡା ଶ୍ରୀନିବାସୁଲ ରେଡ୍ଡୀ ଏବଂ ବାଟାଲିୟନର ଯବାନମାନେ ବୃକ୍ଷ ରୋପଣରେ ଭାଗ ନେଇଥିଲେ।