ସରିଲା ରଥଯାତ୍ରା, ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ,ଏନ୍ଏନ୍ଏସ୍: ସରିଛି ରଥଯାତ୍ରା। ୯ ଦିନର ଲୀଳା ସାରି ନୀଳକନ୍ଦରକୁ ବିଜେ ହୋଇଛନ୍ତି ଶ୍ରୀଜିଉ। ଏବେ ସିଂହଦ୍ୱାର ଚକଡ଼ାରେ ବିଜେ ତିନି ରଥକୁ ଭଙ୍ଗା କାମ ଆରମ୍ଭ ହୋଇଛି। ପ୍ରଥମେ ତିନି ରଥରୁ ଚାରମାଳ ବାହାର କରିଦିଆଯାଇଛି। ତିନି ରଥରେ ବିଜେ ଥିବା ସାରଥି, ପାର୍ଶ୍ୱ ଦେବାଦେବୀଙ୍କୁ ‌ରଥରୁ କଢ଼ାଯାଇଛି। ସେମାନଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି। ରଥ ଗୁଡିକର ବ୍ରେକ୍‌ ସହ ଅନ୍ୟାନ୍ୟ ଅଂଶକୁ ବି ବାହାର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ରଥ ଭଙ୍ଗାଯାଇଥାଏ। ଭଙ୍ଗାଯାଇ ଏହାକୁ ଗୁଣ୍ଡିଚା ମନ୍ଦିର ନିକଟରେ ରଖାଯାଏ। ଚକ ବି ନିଲାମ ହୋଇଥାଏ।