ଟୋକିଓ ଅଲମ୍ପିକ୍ସ ଆରମ୍ଭ: ଭାରତର ଧ୍ୱଜା ଧରିଲେ ମନପ୍ରୀତ ଓ ମେରି କମ୍

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷର ଅପେକ୍ଷା ପରେ ଆଜି ଟୋକିଓ ଅଲମ୍ପିକ୍ସ ଆରମ୍ଭ ହୋଇଛି। ଆତସବାଜି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଅଲମ୍ପିକ୍ସ ଗେମର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଭାରତୀୟ ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ଷ୍ଟାର ବକ୍ସର ମେରି କମ୍ ଭାରତର ଧ୍ୱଜା ଧରିଥିଲେ। ଏହି କାର୍ଯ୍ୟକ୍ରମରେ ୨୨ଜଣ ଭାରତୀୟ ଖେଳାଳି ଓ ୬ଜଣ ଅଧିକାରୀ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତବର୍ଷ ଟୋକିଓ ଅଲମ୍ପିକ୍ସକୁ ସ୍ଥଗିତ ରଖାଯାଇଥିଲା। ଆଉ ଏଥର ବିନା ଦର୍ଶକରେ ଅଲମ୍ପିକ ଗେମର ଆୟୋଜନ କରାଯାଇଛି।