- ଚଣ୍ଡିଗଡ଼: ଦେଶରେ କରୋନା ସଂକ୍ରମଣ କମିଲା। ଏବେ ଖୋଲିବ ସ୍କୁଲ୍ ଓ କଲେଜ୍। ପଞ୍ଜାବ ସରକାର ରାଜ୍ୟରେ ସ୍କୁଲ କଲେଜ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଦଶମ, ଏକଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁଲାଇ ୨୬ ତାରିଖରେ ଅର୍ଥାତ ଆଉ ୬ ଦିନ ପରେ ସ୍କୁଲ୍ ଖୋଲିବ। ରାଜ୍ୟରେ କୋଭିଡ୍ ନୂଆ କୋଭିଡ୍ ଗାଇଡ୍ଲାଇନ୍ ଘୋଷଣା କଲାବେଳେ ଏହି ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।
ତେବେ ଯେଉଁ ଶିକ୍ଷକମାନେ କିମ୍ବା କର୍ମଚାରୀମାନେ ଟିକା ନେଇଥିବା ସେମାନେ ସ୍କୁଲ୍ରେ ଉପସ୍ଥିତି ରହିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପିଲାମାନେ ସ୍କୁଲ୍ରେ ଉପସ୍ଥିତ ରହିବେ କି ନାହିଁ ତାହା ସେମାନଙ୍କ ଅଭିଭାବକମାନେ ନିଷ୍ପତ୍ତି ନେବେ। ନହେଲେ ପୂର୍ବପରି ଅଲ୍ଲାଇନ୍ କ୍ଲାସ୍ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି।