ବଳଦେବଜିଉ ପୀଠରେ ୧୪୪ ଧାରା

  • କେନ୍ଦ୍ରାପଡ଼ା: ବାହୁଡ଼ା ଯାତ୍ରା ପାଇଁ କେନ୍ଦ୍ରାପଡ଼ା ବଳଦେବଜିଉ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ମନ୍ଦିର ଚାରିପାଖ ଓ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ମଙ୍ଗଳବାର ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ମନ୍ଦିର ଭିତରେ କେବଳ ନୀତିକାନ୍ତି ପାଇଁ ଅନୁମତି ଦିଆଯାଇଛି।