ଇଂଲଣ୍ଡରେ କରୋନା କଟକଣା ଉଠିଲା, ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ ସଂଗରୋଧରେ

ଇଂଲଣ୍ଡ,ଏଜେନ୍ସି: ଭାରତରେ କରୋନା ଭାଇରସ ଉପର-ତଳ ହେଉଛି। କେତେବେଳେ ବଢୁଛି ତ କେତେବେଳେ ହ୍ରାସ ପାଉଛି। ଏହାରି ମଧ୍ୟରେ ଇଂଲଣ୍ଡରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି। ମାତ୍ର କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌, ଅର୍ଥମନ୍ତ୍ରୀ ଋଷି ସୁନକ ରବିବାର ସଂଗରୋଧରେ ଅଛନ୍ତି। କରୋନା ଭାଇରସର ଡେଲ୍‌ଟା ପ୍ରାରୁପ ଲାଗି ଚିନ୍ତା ବଢ଼ିଛି।
ଇଂଲଣ୍ଡରେ କରୋନା ଭାଇରସ ଉପରେ ଲାଗିଥିବା କଟକଣା ହଟିଯିବା ପରେ ଲୋକେ ବାହାରେ ବୁଲୁଥିବା ଦେଖାଯାଉଛି। ଲଂଣ୍ଡନର ଏକ ନାଇଟ କ୍ଲବରେ ପ୍ରବେଶ କରିବା ପାଇଁ ଲୋକଙ୍କର ପ୍ରବଳ ଭିଡ ହୋଇଛି।