ରାଜ୍ୟରେ କରୋନା ସଂକ୍ରମଣରେ ଦୃତ ହ୍ରାସ, ଗତ ୨୪ ଘଣ୍ଟାରେ ୧୬୪୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୫୫,୯୭୪ରେ ପହଞ୍ଚିଛି। ତେବେ ଚିହ୍ନଟ ହୋଇଥିବା ୧୬୪୮ ସଂକମିତଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୯୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯,୩୦,୪୧୮ ରେ ପହଞ୍ଚିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୮୯, ବାଲେଶ୍ୱରରୁ ୮୩, ବରଗଡ଼ରୁ ୧୭, ଭଦ୍ରକରୁ ୭୭, ବଲାଙ୍ଗିରରୁ ୧, ବୌଦ୍ଧରୁ ୫, କଟକରୁ ୩୩୫, ଦେବଗଡ଼ରୁ ୧, ଢେଙ୍କାନାଳରୁ ୫୪, ଗଜପତିରୁ ୫, ଗଞ୍ଜାମରୁ ୧୧, ଜଗତ୍ସିଂହପୁରରୁ ୧୧୨, ଯାଜପୁର ୧୧୩, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୫, କେନ୍ଦ୍ରାପଡାରୁ ୫୦, କେନ୍ଦୁଝରରୁ ୨୧, ଖୋର୍ଦ୍ଧାରୁ ୨୩୦, କୋରାପୁଟରୁ ୬, ମାଲକାନଗିରିରୁ ୩୫, ମୟୂରଭଞ୍ଜରୁ ୭୭, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭୩, ନୁଆପଡାରୁ ୭, ପୁରୀରୁ ୬୭, ରାୟାଗଡାରୁ ୨୧, ସମ୍ବଲପୁରରୁ ୨୪, ସୋନପୁରରୁ ୧୦, ସୁନ୍ଦରଗଡା଼ରୁ ୩୩ ଏବଂ ରାଜ୍ୟପୁଲରୁ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।