ଉତ୍ତର-ପୂର୍ବ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବେ ମୋଦି

  • ଭୁବନେଶ୍ୱର: ଓଡ଼ିଶା ସମେତ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସ୍ଥିତି ସଂପର୍କରେ ଆଲୋଚନା କରିବେ। ପୂର୍ବାହ୍ନ ୧୧ଟାରେ ବସିବ ବୈଠକ। ଏଥିରେ ତୃତୀୟ ଲହରକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ବୈଠକରେ ବିସ୍ତୃତ ଭାବେ ତର୍ଜମା ହେବ ବୋଲି କୁହାଯାଉଛି।
    ମିଳିଥିବା ସୂଚନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି, ସେହି ରାଜ୍ୟ ଗୁଡ଼ିକ ହେଉଛି ଓଡ଼ିଶା, ଆସାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା, ସିକ୍କିମ, ମଣିପୁର ଓ ମେଘାଳୟ। ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ସିଧାସଳଖ ଆଲୋଚନା କରିବା ପରେ କିଛି ଠୋସ୍ ନିଷ୍ପତ୍ତି ନେଇପାରନ୍ତି। କାରଣ କିଛି ରାଜ୍ୟରେ ଏବେ କରୋନା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ତୃତୀୟ ଲହର ପୂର୍ବରୁ କରୋନା ମୁକାବିଲା ନେଇ ନୂଆ ରଣନୀତି ପ୍ରସ୍ତୁତିର ଆବଶ୍ୟକତା ରହିଛି। ତେଣୁ ବୈଠକର ଗୁରୁତ୍ୱ ଢେର ରହିଛି ସେ ପରୋକ୍ଷ ସୂଚନା ଦେଇଛନ୍ତି।