ଭଦ୍ରକ: ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ପୀଠର ବିକାଶ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଚାନ୍ଦବାଲି ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ସଭାପତି ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ। ଉକ୍ତ ବିକାଶ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୬ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ପର୍ଯ୍ୟଟନ ଓ ସହଯୋଗ ବିଭାଗ ମଧ୍ୟ ପାଣ୍ଠି ଯୋଗାଇଛନ୍ତି। ରାଜ୍ୟ ପ୍ରଶ୍ନତତ୍ତ୍ୱ ବିଭାଗର ସହଯୋଗରେ ପିଡବ୍ଲ୍ୟୁଡି ବିଭାଗ ଏହି କାର୍ଯ୍ୟର ପରିଚାଳନା କରୁଛି।