କରୋନାରେ ଏବେ ସୁଦ୍ଧା ଗଲାଣି ୩୩୦ ଯବାନଙ୍କ ଜୀବନ, ୮୪ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି

ନୂଆଦିଲ୍ଲୀ,ଏଜେନ୍ସି: କରୋନାର ଦ୍ୱିତୀୟ ଲହରୀ ଏତେ ଭୟଙ୍କର ଥିଲା ଯେ ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକ ଆଗଧାଡ଼ିର ଯୋଦ୍ଧା ମାନଙ୍କର ମଧ୍ୟ ମୃତ୍ୟୁ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ କରୋନାରେ ବର୍ତ୍ତମାନ ସୁଦ୍ଧା ୩୩୦ କେନ୍ଦ୍ରୀୟ ଯବାନଙ୍କ ମୃତ୍ୟୁ ହୋଇଛି ଓ ୮୪ ହଜାରରୁ ଅଧିକ କେନ୍ଦ୍ରୀୟ ଯବାନ ସଂକ୍ରମିତ ହୋଇସାରିଛନ୍ତି।

ସେହିପରି ଏହି ମୃତକଙ୍କ ମଧ୍ୟରେ ସିଆରପିଏଫ ଯବାନଙ୍କ ସର୍ବାଧିକ ମୃତ୍ୟୁ ହୋଇଛି। ଗତବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ କରି ଚଳିତ ବର୍ଷ ଜୁଲାଇ ୬ ତାରିଖ ସୁଦ୍ଧା ଦେଶର ୮୪,୦୪୫ ସିଏପିଏଫ୍ ଯବାନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ସିଆରପିଏଫର ୨୪,୮୪୦ ଜଣ ଯବାନ ସଂକ୍ରମିତ ହୋଇଥିବା ବେଳେ ୧୨୫ ଜଣ ଯବାନଙ୍କ ମୃତ୍ୟୁ ହୋଇଛି।