ଖପ୍ରାଖୋଲରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର, ଜଙ୍ଗଲରେ ଛାଡିଲେ ବନ ବିଭାଗ

ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ ସମ୍ମୁଖ ଚାଷ ଜମିରୁ ବନ ବିଭାଗ ଏକ ଅଜଗର ସାପ ଉଦ୍ଧାର କରିଛି। ଚାଷ ଜମିରେ ଅଜଗର ସାପଟି ଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ବନ ବିଭାଗକୁ ଖବର ଦେଲା ପରେ ବନ୍ୟପ୍ରାଣୀ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

ସାପଟି ପ୍ରାୟ ୧୫ କେଜି ଓଜନ ହୋଇଥିବାବେଳେ ୧୦ ଫୁଟ ଲମ୍ବ ଥିବା ବନ ବିଭାଗ ତରଫରୁ କୁହାଯାଇଛି। ଉଦ୍ଧାର ସାପଟିକୁ ଥୁଟା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ସହ ବନ ବିଭାଗ ଛାଡିଦେଇଥିଲା। ଏହି ଅବସରରେ ହରିଶଙ୍କର ରେଞ୍ଚ ଅଧିକାରୀ ଶ୍ରୀବତ୍ସ କୁମୁରା, ବନପାଳ ଗୁଣନିଧି ପରିଡ଼ା ସମେତ ବନ୍ୟପ୍ରାଣୀ ସ୍କ୍ୱାର୍ଡ କର୍ମଚାରୀ ଉପସ୍ଥିତ ଥିଲେ। ସାପଟିକୁ ଦେଖିବା ପାଇଁ ବନ ବିଭାଗ କାର୍ଯ୍ୟାଳୟରେ ଭିଡ ହୋଇଥିଲା।