ସୋଲାର ପାନେଲ ଇଲେକ୍ଟ୍ରିକ ସାଇକେଲ ପ୍ରସ୍ତୁତ କଲେ କଲେଜ ଛାତ୍ର, ଥରକେ ଯିବ ୫୦ କିଲୋମିଟର

ତାମିଲନାଡୁ,ଏଜେନ୍ସି: ତାମିଲନାଡୁର ମଦୁରାଇ କଲେଜର ଜଣେ ଛାତ୍ର ସୋଲାର ପାନେଲ ବ୍ୟବହାର କରି ଏକ ଇଲେକ୍ଟ୍ରିକ ସାଇକେଲ ପ୍ରସ୍ତୁତ କରିଛନ୍ତି। ଫଳରେ ପେଟ୍ରୋଲ, ଡିଜେଲ ଓ ବିଦ୍ୟୁତର ଖର୍ଚ୍ଚ କମିବା ସହିତ ପ୍ରଦୂଷଣ ମଧ୍ୟ କମ ହେବ।

ମଦୁରାଇ କଲେଜରେ ପଡ଼ୁଥିବା ଧନୁଷ କୁମାର ଏହି ଇ-ସାଇକେଲକୁ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲ ଥରକେ ୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହି ସାଇକେଲ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଇପାରିବ।

ଏହି ସାଇକେଲରେ ୧୨ ଭୋଲ୍ଟର ୪ଟି ବ୍ୟାଟେରି, ଏକ ୩୦୦ ୱାଟର ବ୍ରୁଷ ମୋଟର, ବେଗ କମ୍ ବେଶି କରିବା ପାଇଁ ଏକ୍ସିଲିଟରର ବ୍ୟବହାର ହୋଇଛି। ଏଥିସହିତ ବ୍ୟାଟେରି ଚାର୍ଜ କରିବା ପାଇଁ ୨୦ ୱାଟର ୨ ସୋଲାର ପାନେଲ ବ୍ୟବହାର ହୋଇଛି।