ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଜୁରିଆ ଗ୍ରାମର ୪୦ଜଣ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଓ ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ପାଟଣାଗଡ଼ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି। ଏହି ଅବସରରେ ବେଲପଡ଼ା ବ୍ଲକ ଅଧ୍ୟକ୍ଷ ନୀଳ ପାଣିଗ୍ରାହୀ, ତନ୍ମୟ ପାଣିଗ୍ରାହୀ ଓ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜୁରିଆ ଗ୍ରାମର ବିଜୟ ମେହେର, ଲିଙ୍ଗରାଜ ମେହେର, ରାହୁଲ ମେହେର, ପ୍ରମୋଦ ମେହେର, ମୁନୁ ମେହେର, ଶେଖର ମେହେର, ସତ୍ୟ ନାୟକ, ଟୁନା ନାୟକ, ରମେଶ ମେହେର, ଭଗନାଗ ବାଗ, ମିନି ବରିହା, ସୁନୀଲ ମେହେର, ସୁରଜ ମେହେର, କୁଟୁ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର, କରୁଣା ବାଗ, ରାଜା ମେହେର, ଟିପୁ ମେହେରଙ୍କ ସହ ୪୦ଜଣ ଯୁବ ବାହିନୀର ସଦସ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି।