ନୂଆଦିଲ୍ଲୀ,ଏଷଜନ୍ସି: କୋଭିଡ ଔଷଧ ମୋଲୁନପିରାଭିର ଜରୁରୀକାଳୀନ ବ୍ୟବହାର ପାଇଁ ହେଟେରୋ କମ୍ପାନୀ ଡିସିଜିଆଇର ଅନୁମତି ଲୋଡ଼ିଛି। ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ। କ୍ଲିନିକାଲ ଟ୍ରାଏଲ ଅନୁସାରେ ଏହି ଔଷଧ କରୋନା ରୋଗୀର ଶରୀରରେ ଭୂତାଣକୁ ୫ ଦିନ ଭିତରେ ନଷ୍ଟ କରିଦେବ ବୋଲି ହେଟେରୋ କମ୍ପାନୀ ଦାବି କରିଛି। ୧୨୧୮ ଜଣ ରୋଗୀଙ୍କ ଉପରେ ଏହା ପରୀକ୍ଷା କରାଯିବା ପରେ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମଗାଯାଇଛି। ଏହି ଔଷଧକୁ ମର୍କ ଓ ରିଜବ୍ୟାକ୍ ବାୟୋଥେରାପ୍ୟୁଟିକ୍ସ ଏଲପି ପ୍ରସ୍ତୁତ କରିଛି।