ଜିଲ୍ଲାପାଳଙ୍କ ପ୍ରସ୍ତାବିତ ଏୟାର ଷ୍ଟ୍ରିପ କାର୍ଯ୍ୟ ତଦାରଖ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଗତକାଲି ସଂଧ୍ୟାରେ କୋଟେଲଗୁଡ଼ାଠାରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ବିସ୍ଥାପିତ ହୋଇଥିବା ପରିବାରର ମୁଖ୍ୟଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି। ବିସ୍ଥାପିତ ପରିବାର ପାଇଁ ସରକାରଙ୍କ ଦ୍ୱାରା ରାସ୍ତା, ବାସଗୃହ, ଖେଳ ପଡ଼ିଆ, ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟର ବ୍ୟବସ୍ଥା କରାଯାଉଥିବାବେଳେ ଏହି ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ବେଳେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ତହସିଲଦାର ଡା.ଗୁଣନିଧି ନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।