ଆଇଟି ମନ୍ତ୍ରୀ ହେବା ପରେ ଟ୍ୱିଟରକୁ ଚେତାବନୀ ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଆଇଏଏସରୁ ନେତା ସାଜିଥିବା ଅଶ୍ୱିନୀ ବୈଷ୍ଣବ ଆଜି ଆଇଟି, ଇଲେକଟ୍ରୋନିକ୍ସ ଓ ସଞ୍ଚାର ମନ୍ତ୍ରଣାଳୟର କାର୍ଯ୍ୟଭାର ସମ୍ଭାଳିଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ପରେ ଆଇଟି ନିୟମକୁ ନେଇ ସେ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବାରୁ ଏହାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଅଶ୍ୱିନୀ ବୈଷ୍ଣବ ଇଲେକଟ୍ରୋନିକ୍ସ, ଆଇଟି ଓ ସଞ୍ଚାର ମନ୍ତ୍ରଣାଳୟରେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦଙ୍କ ସ୍ଥାନ ନେଇଛନ୍ତି। ସଂସଦର ସଦସ୍ୟ ରୂପେ ଏହା ଅଶ୍ୱିନୀଙ୍କ ପ୍ରଥମ କାର୍ଯ୍ୟକାଳ।