ଦିଲ୍ଲୀ ସ୍ଥିତି ସିବିଆଇ ହେଡକ୍ୱାର୍ଟରେରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀର ଲୋଧିରୋଡସ୍ଥିତ ସିବିଆଇ ହେଡକ୍ୱାର୍ଟରରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି। ପାର୍କି ନିକଟରେ ଥିବା ଇଲୋକ୍ଟ୍ରୋନିକ ରୁମରେ ନିଆଁ ଲାଗିଛି। ନିଆଁ ଲାଗିବା ପରେ ସମସ୍ତ ଅଧିକାରୀ ବିଲ୍ଡିଂରୁ ତୁରନ୍ତ ବାହାରକୁ ଚାଲିଆସିଥିଲେ। ସେହିପରି ଘଟଣାସ୍ଥଳକୁ ୫ଟି ଦମକଳ ଗାଡ଼ି ପହଞ୍ଚିଛି। ସେହିପରି ଅଗ୍ନିଶମ ବାହିନୀ ନିଆଁକୁ ଅୟତ୍ତକୁ ଆଣିବା ସହିତ ଥଣ୍ଡା ପ୍ରକ୍ରିୟା ଜାରି ରହିଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସର୍ଟସର୍କିରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଏଥିସହିତ ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନାହିଁ।