ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଆଜି ପ୍ରଥମ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ନୂଆ ମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୟାବିନେଟ ଓ ମନ୍ତ୍ରୀପରିଷଦ ବୈଠକ ଡକାଇଛନ୍ତି। ଆଜି ସନ୍ଧ୍ୟା ୫ଟାରେ ନୂଆ ଓ ପୁରୁଣା କ୍ୟାବିନେଟ ମନ୍ତ୍ରୀଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏହାର ୨ ଘଣ୍ଟା ପରେ ଅର୍ଥାତ ୭ଟାରେ ମନ୍ତ୍ରୀପରିଷଦ ବୈଠକ ହେବ ବୋଲି ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ବୈଠକରେ ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଏବଂ ପରେ ପୁରା ମନ୍ତ୍ରୀପରିଷଦ ସହ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଆଲୋଚନା ହେବ। ନୂଆ ମନ୍ତ୍ରୀଙ୍କ ସହ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।