ଫାର୍ମହାଉସରୁ ସାର ଓ ମେସିନ ଚୋରି ଅଭିଯୋଗରେ ୨ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଲିସ ଫାର୍ମହାଉସରୁ ସାର ଓ ମେସିନ ଚୋରି ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବଡ଼ପଶି ଗ୍ରାମର ଦଶରଥ ଜେରେଇ (୩୩) ଓ ମନରଞ୍ଜନ ଜେରେଇ(୨୫)। ମିଳିଥିବା ରିପୋର୍ଟ ମୁତାବକ, ଉଭୟ ଗତ ସୋମବାର ରାତିରେ ଗୋଜାପଥର ଗ୍ରାମରେ ଥିବା ହୃଷିକେଶ ମହାନ୍ତଙ୍କ ଏକ ଫାର୍ମହାଉସରୁ ଗାତ ଖୋଳା ମେସିନ ଓ ୩ ବସ୍ତା ସାର ଚୋରି କରିଥିଲେ। ଏନେଇ ଫାର୍ମହାଉସ ମାଲିକ ହୃଷିକେଶ ମହାନ୍ତ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପାଟଣା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ପାଟଣା ପୁଲିସ ୨ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।