ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଶୁକ୍ରବାର ବେଶ୍ ନାଟକୀୟ ଢଙ୍ଗରେ ଇସ୍ତଫା ଦେବା ପରେ ଏବେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚର୍ଚ୍ଚା ଜୋର ଧରିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସନ୍ଧ୍ୟା ସୁଦ୍ଧା ଜଣାପଡ଼ିଯିବ । ମୁଖ୍ୟମନ୍ତ୍ରୀ ଚୟନ କରାଯିବା ପୂର୍ବରୁ ଅପରାହ୍ନ ୩ଟାରେ ବିଧାନମଣ୍ଡଳର ବୈଠକ ଅନୁଷ୍ଠିତ ହେବ। ସେଥିପାଇଁ ପର୍ଯ୍ୟବେକ୍ଷକ ରୂପେ ଦିଲ୍ଲୀରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଭି ପୁରନ୍ଦେଶ୍ୱରୀ ଡେରାଡୁନରେ ପହଂଚିଛନ୍ତି। ଅନ୍ୟପଟେ ବିଜେପିର ସମସ୍ତ ବିଧାୟକଙ୍କୁ ଡେରାଡୁନ ଆସିବା ପାଇଁ କୁହାଯାଇଥିବାବେଳେ ଅଧିକାଂଶ ବିଧାୟକ ପହଞ୍ଚି ସାରିଲେଣିି। ଦିଲ୍ଲୀରୁ ଆସିଥିବା ସମସ୍ତ ନେତା ଓ ବିଧାୟକ ନିଜ ମତାମତ ଦେବା ପରେ ଉତ୍ତରାଖଣ୍ଡକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଯିବ।
ସୂଚନାଯୋଗ୍ୟ, ବିଧାୟକ କିମ୍ବା ସାଂସଦଙ୍କ ମଧ୍ୟରୁ ଏଥର କିଏ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କେନ୍ଦ୍ରୀୟ ହାଇକମାଣ୍ଡ କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।