୧୨୩ ଫୁଟର ଶିବମୂର୍ତ୍ତି ପାଇଁ ପହଞ୍ଚିଲା ନମୁନା ପ୍ରତିକୃତି

  • ଯାଜପୁର: ଯାଜପୁର ସହରରେ ପ୍ରତିଷ୍ଠା ହେବ ୧୨୩ ଫୁଟର ଶିବମୂର୍ତ୍ତି। ଏହା ଓଡ଼ିଶାର ସବୁଠାରୁ ଉଚ୍ଚତମ ମୂର୍ତ୍ତିଭାବେ ପରିଗଣିତ ହେବ। ଯାଜପୁର ସହରର ବରାହ ମନ୍ଦିର ପଛ ପାର୍ଶ୍ୱରେ ଚାଲିଥିବା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକ୍ରମରେ ଏହାକୁ  ସାମିଲ କରାଯିବ। ଏହାର ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗକୁ ଦିଆଯାଇଥିବାବେଳେ ଏଥିପାଇଁ ଏକ ନମୁନା ପ୍ରତିକୃତି ଯାଜପୁରରେ ପହଞ୍ଚିଛି। ଏହାକୁ ଲକ୍ଷ୍ୟ କରାଯାଇ ୧୨୩ ଫୁଟ ଉଚ୍ଚତାର ବିଶାଳ ଶିବମୂର୍ତ୍ତି ନିର୍ମାଣ କରାଯିବ। ଗୁରୁବାର ଏହି ମୂର୍ତ୍ତି ପହଞ୍ଚିବା ପରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପୌର ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପ୍ରମୁଖ ଏହାର ପରିଦର୍ଶନ କରିଥିଲେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଯାଜପୁର ପର୍ଯ୍ୟଟନରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ।