- ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଟିମର ଭାଇସ୍-କ୍ୟାପଟେନ୍ ରୋହିତ୍ ଶର୍ମା ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍ ପରେ ଟିମ ଏବେ ବ୍ରେକ ନେଇଛି। ରୋହିତ ଏହି ବ୍ରେକର ଭରପୂର ଫାଇଦା ଉଠାଉଛନ୍ତି ଏବଂ ନିଜର ଲୋନାଭଲାସ୍ଥିତ ସମ୍ପତ୍ତିକୁ ବିକି ଦେଇଛନ୍ତି। ରୋହିତ ନିଜର ଏହି ସମ୍ପତ୍ତିକୁ ୫.୨୫ କୋଟି ଟଙ୍କାରେ ବିକିଛନ୍ତି। ରୋହିତ ଶର୍ମାଙ୍କ ଏହି ଘର ୬,୨୫୯ ବର୍ଗଫୁଟରେ ନିର୍ମିତ ଏବଂ ସେ ଏହାକୁ ଜୁନ ୧ ତାରିଖରେ ରେଜିଷ୍ଟର କରିଥିଲେ। ସୂଚନା ଅନୁସାରେ, ଚଳିତ ବର୍ଷ ମେ’ ୨୯ ତାରିଖରେ ଏହି ଡିଲ ଫାଇନାଲ୍ ହୋଇଥିଲା। ଏହି ଡିଲ ପାଇଁ ରୋହିତ ୨୬ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଭରଣ କରିଛନ୍ତି। ମୁମ୍ବାଇର ସୁଷମା ଅଶୋକ ସରାଫ ନାମକ ଜଣେ ବ୍ୟକ୍ତି ରୋହିତଙ୍କ ଏହି ସମ୍ପତ୍ତି କିଣିଛନ୍ତି। ସୂଚନାଯୋଗ୍ୟ, ଟିମ ଇଣ୍ଡିଆର ଅନେକ କ୍ରିକେଟରମାନେ ବିନିଯୋଗ ଉଦ୍ଦେଶ୍ୟରେ କିମ୍ବା ପରିବାର ସହିତ ଛୁଟି କାଟିବା ପାଇଁ ସେମାନେ ବାହାରେ ସମ୍ପତ୍ତି କିଣିଥାନ୍ତି। ଲୋନାଭଲା ଲୋକଙ୍କ ପସନ୍ଦର ହିଲ୍ ଷ୍ଟେସନ।