ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା କୋଭାକ୍ସିନ ଉପରେ ହୁ’ର ନିଷ୍ପତ୍ତି

  • ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ କି ନାହିଁ? ଭାରତରେ ଏହାର ବ୍ୟବହାର ହେଉଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ଏଯାଏ ଏହାକୁ ଅନୁମୋଦନ ଦେଇନାହିଁ। ତେବେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା କୋଭାକ୍ସିନର ଅନୁମୋଦନ ଉପରେ ହୁ’ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏ ସମ୍ପର୍କରେ ଗୁରୁବାର ହୁ’ର ବରିଷ୍ଠ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି। ଆଇସିଏମଆର ଓ ଭାରତ ବାୟୋଟେକ ଏହି ଟିକାକୁ ମିଳିତଭାବେ ତିଆରି କରିଛନ୍ତି। ଜାନୁଆରୀ ମାସରେ ଏହାକୁ ଦେଶରେ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଥିଲା। ଜାନୁଆରୀ ୧୬ରୁ ସମଗ୍ର ଦେଶରେ ଏହାର ଡୋଜ୍ ଲୋକମାନଙ୍କୁ ଦିଆଯାଉଛି। କିନ୍ତୁ ହୁ’ ଏହାକୁ ଅନୁମୋଦନ ଦେଇନାହିଁ।