ଜୁଲାଇ ୧୫ ପର୍ଯ୍ୟନ୍ତ ୫୦% କର୍ମଚାରୀରେ ଚାଲିବ ଅଫିସ

  • ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀମାନେ ପ୍ରତିଦିନ ଅଫିସ ଆସିବେ। ଯେଉଁ କର୍ମଚାରୀମାନେ ଉଭୟ ଡୋଜ ଟିକା ନେଇଥିବେ ସେମାନେ ଅଫିସ୍ ଆସିବା ବାଧ୍ୟତାମୂଳକ। ତେବେ ଭିନ୍ନକ୍ଷମ ଓ ଗର୍ଭବତୀଙ୍କୁ ଅଫିସ ଆସିବା ଓ ୱାର୍କ ଫ୍ରମ ହୋମରୁ ବାଦ୍ ଦିଆଯାଇଛି। ଗୁରୁବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଏକ ନିର୍ଦ୍ଦେଶନାମା ଜାରି କରି ଜୁଲାଇ ୧ରୁ ୧୫ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ କିଭଳି ପରିଚାଳିତ ହେବ କହିଛନ୍ତି। ତେବେ କଟକ ଓ ଭୁବନେଶ୍ୱରରେ ଥିବା ବିଭାଗୀୟ ଅଫିସ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କେଉଁ କର୍ମଚାରୀ ଅଫିସ୍ ଆସିବେ ତାହା ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନିଷ୍ପତ୍ତି ନେବେ।