ସଇଁନ୍ତଳା,ଟିକ୍ରାପଡ଼ା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଫାଣ୍ଡି ନିକଟସ୍ଥ ଗୁନ୍ଦ୍ରାମୁଣ୍ଡା ଗ୍ରାମରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗୁନ୍ଦ୍ରାମୁଣ୍ଡା ଗ୍ରାମର ସୁଧୀର ମିର୍ଦ୍ଧା। ମିଳିଥିବା ରିପୋର୍ଟ ମୁତାବକ, ସୁଧୀର ଧାନ ବୁଣିବା ପାଇଁ ବିଲକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଖବର ପାଇ ଟିକ୍ରାପଡ଼ା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।