ନୂଆଦିଲ୍ଲୀ: ଚଳିତ ବର୍ଷ ଟି-ଟ୍ୱୋଣ୍ଟି ବିଶ୍ୱକପ୍ ୟୁଏଇ ଓ ଓମାନରେ ଆୟୋଜିତ ହେବ। ଏନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସୂଚନା ପ୍ରଦାନ କରିଛି। ବିଶ୍ୱକପର ପ୍ରଥମ ମୁକାବିଲା ଅକ୍ଟୋବର ୧୭ରେ ଓ ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ। କରୋନା ଯୋଗୁ ଏହି ଟି-ଟ୍ୱୋଣ୍ଟି ବିଶ୍ୱକପ୍ ଭାରତରେ ଆୟୋଜନ କରାଯିବ ନାହିଁ।
ଆଇସିସି ମୁତାବକ, ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ନହେଲେ ମଧ୍ୟ ଆୟୋଜନ ବିସିସିଆଇ ହିଁ କରିବ। ଆଉ ସମସ୍ତ ମୁକାବିଲା ୟୁଏଇ ଓ ଓମାନର ୪ଟି ଷ୍ଟାଡିୟମରେ ଖେଳାଯିବ। ଏଥିରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଅବୁଧାବୀର ଶେଖ ଜାୟଦ ଷ୍ଟାଡିୟମ, ଶାରଜାହା ଷ୍ଟାଡିୟମ ଓ ଓମାନ କ୍ରିକେଟ ଗ୍ରାଉଣ୍ଡ ସାମିଲ ରହିଛି।