ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାରେ ନୂତନ ଏସପି ଭାବେ ରାଜକିଶୋର ପାଇକରାୟ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ମୁଖ୍ୟାଳୟରେ ଡିସିପି ଥିବା ଶ୍ରୀ ପାଇକରାୟ ପୂର୍ବରୁ ଅତିରିକ୍ତ ଡିସିପି ମଧ୍ୟ ରହିଛନ୍ତି। ଶ୍ରୀ ପାଇକରାୟ ଝାରସୁଗୁଡ଼ା, ବାଲେଶ୍ୱର ସମେତ ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦକ୍ଷତା ସହ ନିଜ ଦାୟିତ୍ୱ ନିର୍ବାହ କରି ବହୁବାର ପୁରସ୍କୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାରେ ମୋଟାମୋଟି ଭାବେ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବା ସହ ନିରପେକ୍ଷ ଭାବେ କର୍ତ୍ତବ୍ୟ ସମ୍ପାଦନ ପାଇଁ ସେ ବଦ୍ଧ ପରିକର ବୋଲି ଶ୍ରୀ ପାଇକରାୟ ପ୍ରକାଶ କରିଛନ୍ତି।