ସୁପରଷ୍ଟାର ବିଜୟ ସେଥୁପତିଙ୍କ ସହିତ ପରଦାରେ ଦେଖାଦେବେ କ୍ୟାଟ୍ରିନା କୈଫ୍

ମୁମ୍ବାଇ,ଏଜେନ୍ସି: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟ ସେଥୁପତିଙ୍କ ସହିତ ଏକ ଫିଲ୍ମରେ ଅଭିନୟ କରିବା ନେଇ ଖବର ପ୍ରଚାରିତ ହେବା ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ସହ କ୍ୟାଟ୍ରିନା ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଷ୍ଟୋରି ପଢିବା ଆରମ୍ଭ କରିଛନ୍ତି।

କ୍ୟାଟ୍ରିନା ଟାଇଗର-୩ର ସୁଟିଂ ସମାପ୍ତ କରିବା ପରେ ବିଜୟଙ୍କ ସହ ସୁଟିଂ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ଏକ ଆକର୍ଷଣୀୟ କାଷ୍ଟିଂ ନିଷ୍ପତ୍ତି ନେବା ପାଇଁ ଏହି ଫିଲ୍ମଟି ୯୦ ମିନିଟର ହେବ ବୋଲି କୁହାଯାଉଛି। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ସହିତ କ୍ୟାଟ୍ରିନା ବହୁ ପ୍ରତୀକ୍ଷିତ ସୂର୍ଯ୍ୟବଂଶୀ ଫିଲ୍ମରେ ଦେଖା ଦେବେ।