ଦେଶରେ ଟିକାକରଣ ସଂଖ୍ୟା ୩୦ କୋଟି ପାର, ୭୧ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଉଭୟ ଡୋଜ ନେଇସାରିଛନ୍ତି

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନାର ତୃତୀୟ ଲହରକୁ ନେଇ ଟିକାକରଣରେ ତତ୍ପରତା ହୋଇଛି। ଏହି ମଧ୍ୟରେ ଦେଶରେ ୩୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇସରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଏବେ ସୁଦ୍ଧା ୩୦ କୋଟି ୧୬ ଲକ୍ଷ ୨୬ ହଜାର ୨୮ ଡୋଜ ଟିକା ଦିଆଯାଇଛି, ଯେଉଁଥିରେ ପ୍ରଥମ ଓ ଦ୍ୱିତୀୟ ଡୋଜ ସାମିଲ ଅଛି। ସେହିପରି ଗତ ୨୪ ଘଣ୍ଟାରେ ୬୪ ଲକ୍ଷ ୮୯ ହଜାର ୫୯୯ ଡୋଜ ଟିକା ଦିଆଯାଇଛି।

ସେହିପରି ଦେଶରେ ଏପର୍ଯ୍ୟନ୍ତ ୨୪ କୋଟି ୮୨ ଲକ୍ଷ ୨୪ ହଜାର ୯୨୫ ଜଣଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫ କୋଟି ୩୪ ଲକ୍ଷ ୦୧ ହଜାର ୧୦୩ ଜଣଙ୍କୁ ଉଭୟ ଡୋଜ ଟିକା ଦିଆସରିଛି।

-ସେଥିରୁ ୧ କୋଟି ୧ ଲକ୍ଷ ୫୮ ହଜାର ୯୧୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଓ ୭୧ ଲକ୍ଷ ୩୨ ହଜାର ୮୮୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଭୟ ଡୋଜ ଟିକା ଦିଆଯାଇସାରିଛି।

-ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧ କୋଟି ୭୩ ଲକ୍ଷ ୩ ହଜାର ୬୫୮ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୯୧ ଲକ୍ଷ ୮୫ ହଜାର ୧୦୬ ଜଣ ଉଭୟ ଡୋଜ ଟିକା ନେଇଛନ୍ତି।

-୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରେ ୬ କୋଟି ୬୧ ଲକ୍ଷ ୬୧ ହଜାର ୪ ଜଣ ପ୍ରଥମ ଡୋଜ ଓ ୨ କୋଟି ୨୨ ଲକ୍ଷ ୨୯ ହଜାର ୫୪୩ ଜଣ ଟିକାର ଉଭୟ ଡୋଜ ନେଇଛନ୍ତି।

-୪୫-୫୯ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ୮ କୋଯି ୩୯ ଲକ୍ଷ ୩୮ ହଜାର ୬୮୩ ଜଣ ପ୍ରଥମ ଡୋଜ ଓ ୧ କୋଟି ୩୩ ଲକ୍ଷ ୫୧ ହଜାର ୪୮୮ ଜଣ ଟିକାର ଉଭୟ ଡୋଜ ନେଇ ସାରିଛନ୍ତି।

-ସେହିପରି ୧୮-୪୪ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ୭ କୋଟି ୬ ଲକ୍ଷ ୬୨ ହଜାର ୬୬୫ ଜଣ ପ୍ରଥମ ଡୋଜ ଓ ୧୫ ଲକ୍ଷ ୨ ହଜାର ୭୮ ଜଣ ଉଭୟ ଡୋଜ ଟିକା ନେଇଛନ୍ତି।

ଜୁନ୍ ୨୧ ତାରିଖରୁ ଦେଶରେ ଟିକାକରଣର ନୂଆ ଗାଇଡଲାଇନ ଲାଗୁ ହେବା ପରଠୁ ୩ ଦିନ ମଧ୍ୟରେ ୨ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି।