କାଲି ଜମ୍ମୁ-କଶ୍ମୀର ନେତାଙ୍କ ସହ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜମ୍ମୁ-କଶ୍ମୀରର ୮ଟି ରାଜନୈତିକ ଦଳର ୧୪ଜଣ ନେତାଙ୍କ ସହ ବୈଠକ କରିବେ। ମୋଦୀ ଜମ୍ମୁ-କଶ୍ମୀରର ବିକାଶକୁ ତ୍ୱରାନିତ କରିବା ସହ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ତୃତୀୟ ସ୍ଥାନରେ ପହଂଚାଇବା ଉଦ୍ଦେଶ୍ୟରେ ବୈଠକ ଡକାଇଛନ୍ତି। କିନ୍ତୁ ଏଥିରେ ଜମ୍ମୁ-କଶ୍ମୀରର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ପାକିସ୍ତାନ ସହ କୌଣସି ସ୍ତରରେ ଆଲୋଚନା ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଉକ୍ତ ବୈଠକରେ ମୋଦୀଙ୍କ ବ୍ୟତୀତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପୀକେ ମିଶ୍ରା ଓ ଗୃହ ସଚିବ ଅଜୟ ଭଲ୍ଲା ଉପସ୍ଥିତ ରହିବେ।