କୋରାପୁଟରେ ଆଜିଠୁ ୧୮ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମିଳିଲା ଟିକା

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୧୮ ବର୍ଷରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୟପୁର ସହରର ୧୦ଟି ଓ ସୁନାବେଡ଼ା ସହରର ୮ଟି କେନ୍ଦ୍ର ସମେତ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜୟପୁର ସହରର ଟାଉନ ହଲ୍, ପୁରୁଣାଗଡ଼ ଛକ ନିକଟ ହାଇସ୍କୁଲ, ସିଟି ହାଇସ୍କୁଲ, ସରସ୍ୱତୀ ମନ୍ଦିର, ଜୟନଗର, ଇନଡୋର ଷ୍ଟାଡିୟମ, ଲିଙ୍ଗରାଜ ନଗର, ବାଳିକା ହାଇସ୍କୁଲ, ମେନରୋଡ, ମଡର୍ଣ୍ଣ ଇଂଲିଶ ସ୍କୁଲ, ପାରାବେଡ଼ା, ୟୁପିଏଚସି, ଜଗତଧାତ୍ରୀପୁର, ଡିଏଚଏଚ ଜୟପୁର, ସୁନାବେଡ଼ା ସହରର ଏସଏସଡି ହାଇସ୍କୁଲ , ସରକାରୀ ମହିଳା ମହାବିଦ୍ୟାଳୟ, ଭିଏସଭି ସ୍କୁଲ, ଏଡିଏଭି ହାଇସ୍କୁଲ, ସେମିଲିଗୁଡ଼ା ବାଳିକା ହାଇସ୍କୁଲ, ସେମିଲିଗୁଡ଼ା ଦକ୍ଷତା ବିକାଶ କେନ୍ଦ୍ର, ସୁନାବେଡ଼ା ସିଏଚସି ଓ ସେମିଲିଗୁଡ଼ା ୟୁପିଏଚସି, କୋରାପୁଟ ବ୍ଲକର ଉମୁରୀ ଓ ଡୁମୁରିପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ପ୍ରଦାନ କରାଯାଇଛି।