Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧ ମିନିଟରେ ୧୮ଥର ଆଡଭାନ୍ସ ଯୋଗାସନ କରି ଜାତୀୟ ରେକର୍ଡ ଭାଙ୍ଗିଲେ ବିକୃତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧ ମିନିଟରେ ୧୮ଥର ଆଡଭାନ୍ସ ଯୋଗାସନ କରି ଜାତୀୟ ରେକର୍ଡ ଭାଙ୍ଗିଲେ ବିକୃତି

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମ ସହରର ୧୧ ବର୍ଷୀୟ ଝିଅ ବିକୃତି ଶର୍ମା ଗୋଟିଏ ମିନିଟରେ ଆଡଭାନ୍ସ ଯୋଗାସନ କରି ଇତିହାସ ରଚିଛନ୍ତି। ତାଙ୍କର ଏହି ପ୍ରଦର୍ଶନକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ମଧ୍ୟ ସ୍ଥାନ ମିଳିଛି। ମାତ୍ର କିଛି ମାସରେ ଅଭ୍ୟାସ ଯୋଗୁଁ ନିରାଲାମ୍ବା ପୂର୍ଣ୍ଣ ଚକ୍ରାସନ କରିଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅନୁଯାୟୀ ତାଙ୍କୁ ସାର୍ଟିଫିକେଟ ପ୍ରାପ୍ତ ହୋଇଛି। ଏହାର ପୂର୍ବରୁ ମହୀଶୂର ନିବାସୀ ଖୁସିଙ୍କ ନାଁରେ ଏହି ରେକର୍ଡ ଥିଲା। ୨୦୧୭ରେ ଖୁସି ଏହି ରେକର୍ଡ ହାସଲ କରିଥିଲେ, ଯେଉଁଥିରେ ସେ ୧ ମିନିଟରେ ୧୫ ଥର ଏହି ଆସନ କରିଥିଲେ। କିନ୍ତୁ ବିକୃତି ୨୦୨୧ରେ ଏହି ରେକର୍ଡ ଭାଙ୍ଗିଛନ୍ତି। ସେ ୧ ମିନିଟରେ ୧୮ ଥର ବ୍ୟାକ ରିକ୍ଲାଇନ କ୍ରେଚେଜ କରି ନିଜର ଓ ପରିବାରର ଗୌରବ ବଢ଼ାଇଛନ୍ତି।

ବିକୃତିଙ୍କୁ ଯୋଗ ଶିଖାଉଥିବା କୋଚ ରେଣୁ ଶର୍ମା କହିଛନ୍ତି, ବିକୃତି ୫ ମାସରୁ ଲଗାତାର ଏହି ଆଡଭାନ୍ସ ଆସନର ଅଭ୍ୟାସ କରୁଥିଲା। ତା’ର ପରିଶ୍ରମ ଯୋଗୁଁ ୨୦୨୧ ଏପିଲ ୨୭ରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇପାରିଛି। ଏହି ଆସନ ବଡ଼ କଷ୍ଟସାଧ୍ୟ। ସମସ୍ତେ କରିପାରିବା ସହଜ ନୁହେଁ।