Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରେ କରିପାରିବ ବିଧ୍ୱଂସ

ନୂଆଦିଲ୍ଲୀ: ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରୁ ଆକାଶ ମାର୍ଗରେ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର (ବିଭିଆରଏଏଏମ) ‘ଅସ୍ତ୍ର’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏସୟୁ-୩୦ ଏମକେଆଇ ପ୍ଲାଟଫର୍ମରୁ ଏହି ପରୀକ୍ଷଣ କରାଯାଇଥିଲା । ୧୬ରୁ ୧୯ ସେପ୍ଟେମ୍ବର ପର୍ୟ୍ୟନ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା । ସମସ୍ତ ସମ୍ଭାବ୍ୟ ବିପଦକୁ ଲକ୍ଷ୍ୟ ଭେଦ କରିବା ଉଦେ୍ଧଶ୍ୟରେ ବଂଶୀ ଯୁଦ୍ଧ ବିମାନକୁ ଲକ୍ଷ୍ୟ କରାଯାଇ ଭାରତୀୟ ବାୟୁସେନା ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା ।
ଏହି ଅବଧିରେ ଭିନ୍ନ ଭିନ୍ନ ଭାବେ କ୍ଷେପଣାସ୍ତ୍ରର ୫ଟି ପରୀକ୍ଷଣ କରାଯାଇଥିଲା ।

ଏହି ଅଭିଯାନ ସମୟରେ, କ୍ଷେପଣାସ୍ତ୍ରର ବିଧ୍ୱଂସୀ ସାମର୍ଥ୍ୟ ସ୍ଥାପନ କରିବା ଉଦେ୍ଧଶ୍ୟରେ ଯୁଦ୍ଧାସ୍ତ୍ର ବହନକାରୀ ତିନୋଟି କ୍ଷେପଣାସ୍ତ୍ର ଭିନ୍ନ ଭିନ୍ନ ଭାବେ ଛଡ଼ାଯାଇଥିଲା ଏବଂ ଘୂର୍ଣ୍ଣାୟମାନ ଲକ୍ଷ୍ୟକୁ ବିଧ୍ୱଂସ କରିବାରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ର ସଫଳ ହୋଇଥିଲା । ପରୀକ୍ଷଣ ସମୟରେ ଦୂରତା ମାପିବାରେ ସକ୍ଷମ ଏହି କ୍ଷେପଣାସ୍ତ୍ର ସର୍ବାଧିକ ଦୂରତାରେ ଥିବା ଲକ୍ଷ୍ୟକୁ ସିଧାସଳଖ ଭେଦ କରିବାରେ ମଧ୍ୟ ସଫଳ ହୋଇଥିଲା । ଏହାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସଠିକ ଭାବେ ଲକ୍ଷ୍ୟ ଭେଦ କରିଥିଲା ଏବଂ ମିଶନର ସମସ୍ତ ଉଦେ୍ଧଶ୍ୟ ଓ ଦିଗ ସମ୍ପୂର୍ଣ୍ଣ ହୋଇଥିଲା ।

ଆଧୁନିକ ଦିଗ ନିର୍ଣ୍ଣୟ ଏବଂ ପରିବର୍ତନ କ୍ଷମତା ସହିତ ବିଭିଆରଏଏଏମ ଅସ୍ତ୍ର ନିକଟରେ ୧୦୦ କିମି ପର୍ୟ୍ୟନ୍ତ ଲକ୍ଷ୍ୟ ଭେଦ ସାମର୍ଥ୍ୟ ରହିଛି । ନିର୍ଦ୍ଧିଷ୍ଟ କେନ୍ଦ୍ର ବିନ୍ଦୁରେ ସଠିକ ଭାବେ ଲକ୍ଷ୍ୟ ବିଧ୍ୱଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ନିକଟରେ ରହିଛି ।
ଏଥିପାଇଁ ଗତି କରିବା ସମୟରେ ଦିଗ ନିର୍ଦ୍ଧାରଣ ଏବଂ ଆରଏଫ ଲକ୍ଷ୍ୟକୁ ଏହା ଭେଦ କରିପାରିବ । ଡିଆରଡିଓ ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଏହି ଅତ୍ୟାଧୁନିକ ବିଭିଆରଏଏଏମର ନିର୍ମାଣ ଏବଂ ବ୍ୟବହାରୀକ ପରୀକ୍ଷଣ ସଫଳ ଭାବେ ସମ୍ପାଦନ କରିଛନ୍ତି । କ୍ଷେପଣାସ୍ତ୍ର ସଂଯୋଗ ପାଇଁ ବିମାନରେ ଆବଶ୍ୟକ ପରିବର୍ତନରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଅସ୍ତ୍ର କ୍ଷେପଣାସ୍ତ୍ର ବ୍ୟବସ୍ଥାର ନିର୍ମାଣ ଦିଗରେ ୫୦ରୁ ଊଦ୍ଧ୍ୱର୍ ସରକାରୀ ଏବଂ ଘରୋଇ ଉଦ୍ୟୋଗଙ୍କ ଯୋଗଦାନ ରହିଛି ।

ଭିନ୍ନ ଭିନ୍ନ ଲକ୍ଷ୍ୟ ଭେଦ ସାମର୍ଥ୍ୟ ସହ ଏହି କ୍ଷେପଣାସ୍ତ୍ରର ଚୁଡ଼ାନ୍ତ ବୈମାନିକ ପରୀକ୍ଷଣ ସଫଳ ହେବା ଫଳରେ ଉପଯୋଗକାରୀଙ୍କ ବିଶ୍ୱାସ ବୃଦ୍ଧି ଘଟିଛି । ପାଂଚଟି ସଫଳ ପରୀକ୍ଷଣ ପରେ ଅସ୍ତ୍ର କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାରେ ସାମିଲ ହେବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଆକାଶମାର୍ଗରୁ ଆସୁଥିବା ବିପଦକୁ ସଠିକ ଏବଂ ପ୍ରଭାବୀ ଢଙ୍ଗରେ ବିଧ୍ୱଂସ କରିବାରେ ଏହା ନିଶ୍ଚିତ ଭାବେ ସଫଳ ହେବ । ଏହା ବାୟୁ ସେନାର ଶକ୍ତି ବହୁଗୁଣରେ ବୃଦ୍ଧି କରିବ ।

ଏପରି ଏକ ଦୁର୍ଜୟ ଶ୍ରେଣୀର କ୍ଷେପଣାସ୍ତ୍ର ବ୍ୟବସ୍ଥା ବିକଶିତ କରିବା ଏବଂ ବୈମାନିକ ପରୀକ୍ଷଣ କରିବା ଲାଗି ଅସ୍ତ୍ର ଟିମକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଡ. ଜି ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି । ଏଥିରେ ଉପଯୋଗ ହୋଇଥିବା ପ୍ରଯୁକ୍ତି ଭବିଷ୍ୟତରେ ଆକାଶରୁ ଆକାଶ ଏବଂ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହେବ । ସଫଳ ପରୀକ୍ଷଣ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଡିଆରଡିଓ ଏବଂ ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି ।