ଅଳ୍ପକେ ବର୍ତ୍ତିଲେ ୩ ଯୁବକ

ଦେଓଗାଁ, ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ନାକେରସିନା ଛକଠାରେ ଆଜି ଏକ କାର ଗଛରେ ପିଟି ହୋଇଥିବାବେଳେ ଏଥିରେ ଥିବା ୩ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ବଲାଙ୍ଗିରର ୩ଜଣ ଯୁବକ ଏକ କାରରେ କଳାହାଣ୍ଡି ଯାଉଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ଏକ ଲିମ୍ବ ଗଛରେ ପିଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।