ଭାଇଭା ଟେକ୍‍ର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମୋଡ଼ରେ ଭିଭା ଟେକ୍‍ର ପଞ୍ଚମ ସଂସ୍କରଣ ସମାରୋହରେ ଉଦ୍‌ବୋଧନ ଦେଇଛନ୍ତି। ଭିଭା ଟେପ୍‍ ୨୦୨୧ରେ ସମ୍ମାନୀୟ ଅତିଥି ଭାବେ ଆମନ୍ତ୍ରିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ମୁଖ୍ୟ ଭାଷଣ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା। ଭିଭା ଟେକ୍‍ ୟୁରୋପର ସର୍ବବୃହତ୍‍ ଡିଜିଟାଲ ଏବଂ ଷ୍ଟାର୍ଟ ଅପ୍‍ ସମାରୋହମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ୨୦୧୬ ମସିହା ଠାରୁ ଏହି ସମ୍ମିଳନୀ ପ୍ରତିବର୍ଷ ପ୍ୟାରିସଠାରେ ଅନୁଷ୍ଠିତ ହୋଇଆସୁଛି।

ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ ଏବଂ ଫ୍ରାନ୍ସ ଅନେକ କ୍ଷେତ୍ରରେ କାନ୍ଧକୁ କାନ୍ଧ ମିଳାଇ ଘନିଷ୍ଠତାର ସହ କାର୍ଯ୍ୟ କରି ଆସୁଛନ୍ତି। ସେହିସବୁ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରଯୁକ୍ତି ଏବଂ ଡିଜିଟାଲ କ୍ଷେତ୍ର ହେଉଛି ସବୁଠାରୁ ଅଧିକତର ପ୍ରଗତି ପରିଲକ୍ଷିତ ହୋଇଥିବା ସହଯୋଗର କ୍ଷେତ୍ର। ଏହା ସମୟର ଆହ୍ୱାନ ଯେ ଏପରି କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବା ଆବଶ୍ୟକ। ତଦ୍ୱାରା କେବଳ ଆମ ଦୁଇ ରାଷ୍ଟ୍ରର ନୁହେଁ ସାମଗ୍ରିକ ଭାବେ ସମଗ୍ର ବିଶ୍ୱ ଏଥିରୁ ଉପକୃତ ହୋଇପାରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୂଚାଇଥିଲେ ଯେ ଇନ୍‍ଫୋସିସ୍‍ ଏବେ ଫରାସୀ ଓପନ୍‍ ଟୁର୍ଣ୍ଣାମେଣ୍ଟ ସକାଶେ ପ୍ରଯୁକ୍ତିଗତ ସହାୟତା ଯୋଗାଇ ଦେଉଛି ଏବଂ ଏଥିରେ ଆଟୋସ୍‍, କାପଜେମିନୀ ଭଳି ଫରାସୀ କମ୍ପାନୀ ଏବଂ ଟିସିଏସ ଓ ୱିପ୍ରୋ ଭଳି ଭାରତୀୟ କମ୍ପାନୀମାନେ ସହଯୋଗ ଯୋଗାଇ ଦେବାରେ ମଧ୍ୟ ସାମିଲ ଅଛନ୍ତି। ଦୁଇ ରାଷ୍ଟ୍ରର ଏହିସବୁ ଆଇଟି ଟାଲେଣ୍ଟ୍‍ ସମଗ୍ର ବିଶ୍ୱର ବିଭିନ୍ନ କମ୍ପାନୀ ତଥା ନାଗରିକମାନଙ୍କୁ ସେମାନଙ୍କର ସେବା ଯୋଗାଇ ଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ଭବିଷ୍ୟତର ଯେକୌଣସି ମହାମାରୀରୁ ବିଶ୍ୱକୁ ସୁରକ୍ଷା କବଚ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ କରିଛନ୍ତି। କରୋନା ମହାମାରୀ ସମୟରେ ଡିଜିଟାଲ ପ୍ରଯୁକ୍ତି ଲୋକମାନଙ୍କୁ ସହ୍ୟ କରିବା, ଅନ୍ୟ ସଂହିତ ସଂଯୋଗ ସ୍ଥାପନ କରିବା ଏବଂ ପରସ୍ପରଙ୍କୁ ସମବେଦନା ଜଣାଇବାରେ ବିଶେଷ ସହାୟକ ହୋଇଛି। ବିଚ୍ୟୁତିକୁ ଦୁର୍ଯୋଗ ବୋଲି ଭାବିବା ଅନୁଚିତ, ଆମକୁ ମରାମତି ଓ ପ୍ରସ୍ତୁତି ଭଳି ଦୁଇଟି ଭିତ୍ତିଭୂମି ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ଆମ ବିଶ୍ୱ ଏବେ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକୁ ସାମୂହିକ ମନୋଭାବ ଏବଂ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଜରିଆରେ ମୁକାବିଲା କରାଯାଇପାରିବ। କରୋନା ମହାମାରୀ କେବଳ ଆମର ସହନଶୀଳତାର ଏକ ପରୀକ୍ଷା ନୁହେଁ। ଅପରନ୍ତୁ ଆମର ଚିନ୍ତନର ମଧ୍ୟ ଏହା ଏକ ମହା ପରୀକ୍ଷା ଯଦ୍ୱାରା ଆମେ ଭବିଷ୍ୟତ ପାଇଁ କେତେ ସମାବେଶୀ, ଯତ୍ନଶୀୟ ଓ ପୋଷଣୀୟ ବିକାଶ କରିପାରିବା। ଭାରତ ହେଉଛି ବିଶ୍ୱର ସର୍ବାଧିକ ଷ୍ଟାର୍ଟ ଅପ୍‍ ଇକୋ ସିଷ୍ଟମର ଭୂମି, ଅଭିନବତ୍ୱ ସୃଷ୍ଟିକାରୀ ଏବଂ ନିବେଶକମାନେ ଯାହା ଚାହାନ୍ତି ସେସବୁ ଭାରତରେ ମହଜୁଦ ରହିଛି। ଭାରତରେ ପାଞ୍ଚଟି ପ୍ରମୁଖ ଖୁଣ୍ଟ- ପ୍ରଜ୍ଞା, ବଜାର, ପୁଂଜି, ଅନୁକୂଳ ବାତାବରଣ ଏବଂ ଉନ୍ମୁକ୍ତତାର ସଂସ୍କୃତି ଆଧାରରେ ନିବେଶ କରିବା ସକାଶେ ମୁଁ ସମଗ୍ର ବିଶ୍ୱକୁ ଆହ୍ୱାନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନନ୍ସ ଏବଂ ୟୁରୋପ ଆମର ଦୁଇ ପ୍ରମୁଖ ସହଯୋଗୀ, ଆମର ସହଭାଗୀମାନେ ମାନବ ସମାଜର ବୃହତ୍ତର ସେବା ଦିଗରେ ନିଜକୁ ସମର୍ପିତ କରିବା ଉଚିତ ବୋଲି ମୋଦୀ କହିଛନ୍ତି।