ଦେଓଗାଁ,ଏନ୍ଏନ୍ଏସ୍: ବରଗଡ଼-ବୋରିଗୁମା ଜତୀୟ ରାଜପଥ ୨୬ର ବଲାଙ୍ଗିର ଦେଓଗାଁ ରାସ୍ତା ରାଏପାଲି ଛକ ନିକଟରେ ୨ଟି କାର ମୁହାଁମୁହିଁ ଧକ୍କା ହେବାରୁ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ଭୋରରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏକ କାରରେ ୩ ଜଣ ଭୁବନେଶ୍ୱର ଯାଉଥିଲେ । ହେଲେ ରାଏପାଲି ଛକ ନିକଟରେ ଥିବା ବୁଲାଣିଠାରେ ଆଉ ଏକ କାର ସହ ମୁହଁମୁହିଁ ଧକ୍କା ହୋଇଥିଲା। ଫଳରେ ୩ଜଣ ଆହତ ହୋଇଥିଲେ। ଆହତ ୩ଜଣ ହେଲେ ଚିତ୍ତରଞ୍ଜନ ବିଶି, ଭାରତ ବିଶି ଓ ବୁଦ୍ଧଦେବ ମହାପାତ୍ର। ତେବେ ଏମାନଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ବୋଲି ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଦେଓଗାଁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦେଓଗାଁ ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଚଲାଇଛି।