ଛତିଶଗଡ଼: ୧୩ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର,ଏଜେନ୍ସି: ଛତିଶଗଡରେ ଶୁକ୍ରବାର ୧୩ ଜଣ ନକ୍ସଲ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୮ ଜଣ ସୁକ୍‌ମାରେ ଏବଂ ୫ ଜଣ ଦାନ୍ତେୱାଡାରେ ସିଆରପିଏଫ୍ ଯବାନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ୪ ନମ୍ବର ପ୍ଳାଟୁନ କମାଣ୍ଡର ଭଞ୍ଜମ୍ ଭୀମାକୁ ଧରାଇଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ରଜ୍ୟ ସରକାର ପୂର୍ବରୁ ଘୋଷଣା କରିସାରିଥିଲେ। ଭୀମାଙ୍କ ପତ୍ନୀ ମାଡ୍‌ଭି କଳାବତୀ ନକ୍ସଲ ସଂଗଠନରେ ସକ୍ରିୟ ଥିବାବେଳେ ‘ଚେତନା ନାଟ୍ୟ ମଣ୍ଡଳୀ’ର ସଦସ୍ୟା ମଧ୍ୟ ରହିଛନ୍ତି। ପ୍ରତ୍ୟେକଙ୍କୁ ପ୍ରୋତ୍ସାହନ ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।