ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୪୬୯ ଜଣ କରୋନା ପଜିଟିଭ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ଘଟୁଛି। ଦୀର୍ଘଦିନ ବ୍ୟବଧାନରେ ୫ ହଜାର ତଳକୁ ରହୁଛି କରୋନାର ଦୈନିକ ସଂକ୍ରମଣ। ସେହିପରି ଗତ ୨୪ ଘଣ୍ଟାରେ ୪୪୬୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି।

ସେମାନଙ୍କ ମଧ୍ୟରେ ୨୫୪୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୯୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜି ଅନୁଗୁଳରେ ୨୨୬, ବାଲେଶ୍ବରରୁ ୩୧୮, ବରଗଡରୁ ୮୫, ଭଦ୍ରକରୁ ୧୬୫, ବାଲାଙ୍ଗିରରୁ ୫୬, ବୌଦ୍ଧରୁ ୯୦, କଟକରୁ ୪୧୩, ଦେବଗଡରୁ ୨୩, ଢେଙ୍କାନାଳରୁ ୨୫୨, ଗଜପତିରୁ ୨୬, ଗଞ୍ଜାମରୁ ୪୩, ଜଗତସିଂହପୁରରୁ ୧୪୦, ଯାଜପୁରରୁ ୩୭୦, ଝାରସୁଗୁଡାରୁ ୨୭, କଳାହାଣ୍ଡିରୁ ୯୨, କନ୍ଧମାଳ ୨୮, କେନ୍ଦ୍ରାପଡାରୁ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୯୬, ଖୋର୍ଦ୍ଧାରୁ ୬୧୨, କୋରାପୁଟରୁ ୮୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୨୧୬, ନବରଙ୍ଗପୁରରୁ ୧୧୮, ନୟାଗଡ଼ରୁ ୧୨୮, ନୂଆପଡାରୁ ୧୪, ପୁରୀରୁ ୨୪୩, ରାୟଗଡାରୁ ୧୩୭, ସମ୍ବଲପୁରରୁ ୬୧, ସୋନପୁରରୁ ୬୦, ସୁନ୍ଦରଗଡରୁ ୧୦୩ ଓ ଷ୍ଟେଟପୁଲରୁ ୧୦୬ ପଜିଟିଭ ରହିଛନ୍ତି।

ନୂତନ କରୋନା ସଂକ୍ରମିତଙ୍କୁ ମିଶାଇ ମୋଟ ମାମଲା ୮,୫୧,୭୮୨କୁ ବୃଦ୍ଧି ପାଇଛି। ସେମଧ୍ୟରୁ ୭,୮୯,୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୯,୩୬୧ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।