ବ୍ଲେକ ଫଙ୍ଗସ ଔଷଧରେ ଲାଗିବନି ଜିଏସଟି, ରେମଡେସିଭିର ଉପରୁ କମିଲା ଜିଏସଟି

ନୂଆଦିଲ୍ଲୀ: ଜିଏସଟୀ କାଉନସେଲିଂ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସୀତାରମଣ କହିଛନ୍ତି ଯେ, ବ୍ଲାକ୍ ଫଙ୍ଗସର ୨ଟି ଔଷଧ ଟୋସିଲିମେବ ଓ ଏମ୍ଫୋଟେରିସିନ ଉପରୁ ଜିଏସଟି ହଟାଇ ଦିଆଯାଇଛି। ପୂର୍ବରୁ ରେମଡେସିଭିର ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁଥିବାବେଳେ ଏବେ ୫ ପ୍ରତିଶତ ଲାଗିବ।

ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, ମେଡିକାଲ ଗ୍ରେଡ ଅକ୍ସିଜେନ, ଅକ୍ସିଜେନ କନ୍ସିଟ୍ରେଟର୍ସ, ଭେଣ୍ଟିଲେଟର ଓ ପଲ୍ସ ଅକ୍ସିମିଟର ଉପରେ ଲାଗୁଥିବା ଜିଏସଟିକୁ ମଧ୍ୟ କମ୍ କରାଯାଇଛି। ପୂର୍ବରୁ ଏସବୁ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁଥିବାବେଳେ ଏବେ ୫ ପ୍ରତିଶତ ଲାଗିବ। କରୋନା ଭ୍ୟାକ୍ସିନ ଉପରେ ୫ ପ୍ରତିଶତ ଜିଏସଟି ଲଗାଯିବ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ପୂର୍ବରୁ ଆମ୍ବୁଲାନ୍ସ ଉପରେ ୨୮ ପ୍ରତିଶତ ଜିଏସଟି କଟୁଥିଲା ଏବେ ୧୨ ପ୍ରତିଶତ କଟିବ।