ନୂଆଦିଲ୍ଲୀ,ଏଜେନ୍ସି: ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ୨୦ ଲକ୍ଷ ଗାଁକୁ କେନ୍ଦ୍ରରୁ ୪୦ ହଜାର ୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏନେଇ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି।
କେନ୍ଦ୍ରର ସୂଚନା ଅନୁସାରେ, ୧୨ ହଜାର ୭୩୦ କୋଟି ପଞ୍ଚଦଶ ଅର୍ଥ ଆୟୋଗ ମାଧ୍ୟମରେ ଉପଲବ୍ଧ ହେଉଥିବାବେଳେ ୪ ହଜାର ୧୦୦ ମନରେଗାରେ ଉପଲବ୍ଧ ହେବ। ଜଳ ଶକ୍ତି ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଏସବିଏମ-ଜିର ଜାତୀୟ ଯୋଜନା ମଞ୍ଜୁରି କମିଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବାର୍ଷିକ କାର୍ଯ୍ୟକାରିତା ଯୋଜନାକୁ ଅନୁମୋଦନ କରିଛି। “କେନ୍ଦ୍ର ୧୪ ହଜାର କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟଗୁଡିକ ୮୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।
ଏସବିଏମ ଦ୍ୱିିତୀୟ ପର୍ଯ୍ୟାୟ ଓଡ଼ିଏଫ ସ୍ଥିରତା ଉପରେ ଧ୍ୟାନ ଦେଇ ଗ୍ରାମଗୁଡିକରେ ଏସଏଲଡବ୍ଲୁଏମ୍ ବ୍ୟବସ୍ଥା ସୁନିଶ୍ଚିତ କରି ଓଡ଼ିଏଫ୍ ପ୍ଲସ୍ ସ୍ଥିତି ଅଧୀନରେ ଗ୍ରାମଗୁଡିକରେ ବ୍ୟାପକ ପରିଷ୍କାରତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୨୦୨୧-୨୨ ମସିହାରେ ସ୍ୱଚ୍ଛ ଭାରତ ମିଶନରେ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଶୌଚାଳୟ, ଏକ ଲକ୍ଷ ଗୋଷ୍ଠୀ ଶୌଚାଳୟ ସହିତ ଭାରତରେ ୨୪୦୦ରୁ ଅଧିକ ବ୍ଲକରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ ଗଠନ କରାଯାଇଛି। ୩୮୬ ଟି ଜିଲ୍ଲାର ଗୋବର୍ଦ୍ଧନ ପ୍ରକଳ୍ପ, ଏସଏଲଡବ୍ଲୁଏମ୍ କାର୍ଯ୍ୟକାରୀ କରିବାରେ ୨ ଲକ୍ଷରୁ ଅଧିକ ଗାଁ ପାଇଁ ଧାର୍ଯ୍ୟ ସହାୟତା ପ୍ରଦାନ କରାଯାଇଛି।