ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କେନ୍ଦକେଲଗା ରେଳ ଲାଇନ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ରେମଣ୍ଡ ଗ୍ରାମର ମହୁଲପଡ଼ାର ହିମାଂଶୁ ରଣା(୧୯)। ତେବେ କେଉଁ କାରଣରୁ ହିମାଂଶୁ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୯ରୁ ୧୦ଟା ସମୟରେ ସ୍ଥାନୀୟ ଲୋକେ ଯୁବକଙ୍କୁ ରେଳ ଲାଇନ ନିକଟରେ ଦେଖିଥିଲେ। ଆଉ ତାଙ୍କୁ ରେଳ ଲାଇନ ଆଡ଼କୁ ଯିବାକୁ ମଧ୍ୟ ବାରଣ କରିଥିଲେ । ହେଲେ ଯୁବକ ଜଣକ ରାଜି ହୋଇନଥିଲା ବୋଲି ପାଖରେ କାମ କରୁଥିବା ଲୋକେ ମଧ୍ୟ ଚର୍ଚ୍ଚା କରୁଥିଲେ। ଯୁବକ ଜଣକ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଯୁବକ ଜଣଙ୍କର ଦେହ ଓ ମୁଣ୍ଡ ଅଲଗା ହୋଇଯାଇ ଥିବାବେଳେ ପ୍ୟାଣ୍ଟ ପକେଟରୁ ଏକ ମୋବାଇଲ ମିଳିଛି। ଏଥିସହିତ ପୁଲିସ ମଧ୍ୟ ଛାନଭିନ ଆରମ୍ଭ କରି ତଦନ୍ତ ଜାରି ରଖିଛି।