ନୂଆଦିଲ୍ଲୀ,ଏଜେନ୍ସି: କିମ୍ବଦନ୍ତୀ ଭାରତୀୟ ଆଥଲେଟ୍ ମିଲଖା ସିଂଙ୍କ ମୃତ୍ୟୁ ଖବର ଗତକାଲି ସୋସିଆଲ ମିଡିଆରେ ବ୍ୟାପି ଯାଇଥିଲା। ଯାହା ବିରୋଧରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କ୍ଷୋଭ ପ୍ରକାଶ କରିଛନ୍ତି। ୯୧ ବର୍ଷୀୟ “ଭାରତର ଗର୍ବ” ବୋଲି କହି ରିଜିଜୁ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଦୟାକରି ମିଥ୍ୟା ଖବର ଚଳାନ୍ତୁ ନାହିଁ ଓ କିମ୍ବଦନ୍ତୀ ଆଥଲେଟ୍ ତଥା ଭାରତର ମିଲଖା ସିଂ ଜୀଙ୍କ ଗର୍ବ ବିଷୟରେ ଗୁଜବ ସୃଷ୍ଟି କରନ୍ତୁ ନାହିଁ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଏବଂ ପ୍ରାର୍ଥନା କରନ୍ତୁ ସେ ଶ୍ରୀଘ୍ର ଆରୋଗ୍ୟ ହୋଇ ଫେରନ୍ତୁ।
ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଆଇସିୟୁରେ କରୋନା ସହ ସଂଘର୍ଷ କରୁଥିବା ମିଲଖା ସ୍ଥିର ଅଛନ୍ତି ଓ ତାଙ୍କ ଅବସ୍ଥା ଗତକାଲି ଅପେକ୍ଷା ଭଲ ବୋଲି ଶନିବାର ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ୩ ଜଣ ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ତୀକ୍ଷ୍ଣ ନଜର ରଖିଛନ୍ତି, ତଥାପି ଅମ୍ଳଜାନ ସହାୟତାରେ ଅଛନ୍ତି।